ମୁଁ ସେହି ଗାଆଁର ପୁଅ Read Count : 94

Category : Poems

Sub Category : N/A
ମୁଁ ସେହି ଗାଆଁର ପୁଅ 
ବିଲ ମାଳ ତୋଟା    ସବୁଜ ଭୁଇଁ ,
କୁମ୍ଭାର ଗଢାର     ପବନ ସାଇଁ  ।
ସମାଦି ବାଘର   ଚାଖୁଣ୍ଡା ମୂଳେ, 
ସରଗର ଶାନ୍ତି     ସେଇଠି ମିଳେ ।
ଭାବିଲେ ଆସୁଛି କୋହ, 
ମୁଁ ସେହି ଗାଆଁର ପୁଅ  ।(2)
ରାଉତ ବାରିରେ      ପାକିଲି ଖେଳ, 
ଘରକୁ ଫେରେ ମୁଁ    ବୁଡିଲେ ବେଳ  ।
କେନ୍ଦୁ ଗଛେ ଡିଆଁ    ଡିଇଁ  କଥାକୁ,
ଆଜି ବି ଭାବୁଛି      ସେହି ଗାଥାକୁ  ।
ଆଖିରେ ଆସଇ ଲୁହ, 
ମୁଁ ସେହି ଗାଆଁର ପୁଅ  ।(2)
ବିଶ୍ୱନାଥ ସାର୍    ଆମ୍ବ ବାଡିକୁ, 
ଆମ୍ବ ପାଇଁ ଯାଏ   ଧରି ସାଙ୍ଗକୁ  ।
ତାଳ ସଜ ପାଇଁ    ଗୋଡ୍ରା ରେ ଥରେ, 
କାଟି ଖାଇଥିଲୁ     ବଡ ମଜାରେ   ।
ସାଙ୍ଗ ସାଥି ମେଳ ସହ, 
ମୁଁ ସେହି ଗାଆଁର ପୁଅ  ।(2)
ଘୁଉ ଗାଢିଆରେ     ଦଳ କାଢିବା, 
ମାଛ ଧରି ପୁଣି       ଘରକୁ ନେବା ।
ନଇ ବଢି ଆସି      ପାଣି ପଶିଲେ, 
ବଞ୍ଚି ଛଡି ଧରି       ଜଗିବେ ପିଲେ  ।
ମାଛ କେ ଖାଇବ ନିଅ, 
ମୁଁ ସେହି ଗାଆଁର ପୁଅ  ।(2)
ସନ୍ଧ୍ୟା ସମୟରେ    ତାରିଣୀ ପାଶେ, 
ଗୋଡ ହାତ ଧୋଇ    ଆଳତୀ ବସେ  ।
ଭୋଗ ବଣ୍ଟା ବେଳେ     ହାତ ବଢେଇ, 
ଭୋଗ ଖାଇ ସାରି    ଫେରଇ ଧାଇଁ  ।
ଗୁରୁ ଠାରେ ମଥା ନୁଅଁ, 
ମୁଁ ସେହି ଗାଆଁର ପୁଅ  ।(2)

Comments

  • Mar 18, 2022

  • nice

    Mar 26, 2022

Log Out?

Are you sure you want to log out?