
Writing 028
Read Count : 123
Category : Stories
Sub Category : Fantasy
ପ୍ରସଙ୍ଗ ର ନାଁ ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, ଜୋତା ଟା ନିର୍ଜୀବ, ସେ ପୁଣି କେମିତି କାନ୍ଦିଲା !! ହଁ ସତକଥା ହେଲା ସେ ଲୁହ ଝରଉନି କିନ୍ତୁ ମନେ ମନେ ଭାରି କାନ୍ଦୁଛି, ଆଗୁରୁ ତା' ଷ୍ଟାଣ୍ଡ ରୁ ହଳହଳ ଜୋତା କେତେ କୁଆଡେ ବୁଲିଆସି ରାତିର ଅନ୍ଧାରରେ ଚୁପି ଚୁପି ବହୁତ କାହାଣୀ କହୁଥିଲେ, କେବେ ବାହାଘର ଭୋଜିକୁ ଯାଇ ବରକନ୍ୟା କୁ ଦେଖିଲେ ତ ଆଉ କେତେବେଳେ ମନ୍ଦିରର ତଳ ପାହାଚରେ ରହି ଦିଅଁ ଦର୍ଶନ କଲେ, ସବୁ ଖବର ଆସି ତୁନି ତୁନି ଷ୍ଟାଣ୍ଡ କୁ କହୁଥିଲେ କିନ୍ତୁ ଏବେ ପୁରା ଚୁପଚାପ ଅଛନ୍ତି l ସରକାର ଲକଡାଉନ କରିଦେଇଛନ୍ତି ଯେ ଜୋତା ଆଉ କୁଆଡେ ଯାଉନି ତେବେ ନୂଆ ତଥ୍ୟ ଭରା କାହାଣୀ କହିବ ବା କେମିତି??ଧୂଳି ହେଇ ଜୋତା ଷ୍ଟାଣ୍ଡ ଆଜି ସିଡ଼ିଘର କୋଣରେ ପଡିଛି, ଯେମିତି ତା'ର ଆଉ କିଛି ସମ୍ପର୍କ ନାହିଁ ଏ ଘର ସହ,ସେ ହୁଏ ତ ଜାଣିନି ଯେ ଲକଡାଉନ ହେବା ଫଳରେ କିଏ ଆଉ କୋଉ ଭୋଜି କି ମନ୍ଦିର ଯାଉନାହାନ୍ତି,ସେ ଭାବୁଛି ଆମେ ଯେମିତି ତା ସହ ସବୁ ସମ୍ପର୍କ ତୁଟେଇ ଦେଲୁ...ଏଇ ଭାବିବା ଭିତରେ କେତେବେଳେ ବାପା ଆସି ଷ୍ଟାଣ୍ଡ ରୁ ହଳେ ଜୋତା କାଢି ପିନ୍ଧି ଛାତ ଉପରକୁ ଗଲେ, ଏହା ପରେ ଜୋତାଷ୍ଟାଣ୍ଡ ନିଶ୍ଚୟ ଜାଣି ଯାଇଥିବ ଯେ ଏ ଘରର ଲୋକମାନେ ତାକୁ ଭୁଲି ନାହାନ୍ତି ସତ କିନ୍ତୁ ବାହାରକୁ ନ ଯିବାକୁ ଯୋଉ ପ୍ରତିଜ୍ଞା କରିଛନ୍ତି ସେଥିରେ ସେ ସାମିଲ ହେବା ନିହାତି ଦରକାର l