ଭାଷାପ୍ରୀତି Read Count : 133

Category : Articles

Sub Category : Lifestyle
ଭାରତ ଏକ ମହାନ ଦେଶ ଯାହା ସିନ୍ଧୁ ସଭ୍ୟତାର ମୁକସାକ୍ଷୀ ଭାରତରେ ଥିବା ଛବିସ ଗୋଟି ନିୟମ ଯାହା ଏକ ଉତ୍ତମ ସମାଜ ସୃଷ୍ଟିକରେ ଭାରତର ଐତିହ ଭାରତର ସଂସ୍କୃତି ଭାରତୀୟ ପରମ୍ପରା ସମ୍ପୂର୍ଣ୍ଣ ରୂପେ ଏକ ଆଦର୍ଶବାଦ ର ପରିଚୟ ସୃଷ୍ଟିକରେ..! ସୁବର୍ଣ ଭାରତର ୨୯ ଟି ରାଜ୍ୟ ଭିତରେ ଓଡିଶା ଏକ ଅମାୟିକ ରାଜ୍ୟ କହିଲେ ଅତୃପ୍ତି ହେବ ନାହିଁ ଓଡ଼ିଶାର ଭୌଗଳିକ ବିଷୟ ବସ୍ତୁକୁ ଚିରାଚରିତ ଭାବେ ଆଲୋକପାତ କରିବା ପାଇଁ ଏକ ସନ୍ଧାନ ମୂଳକ ସମୟ ଆବଶ୍ୟକ ବୋଲି ମନେ କରେ , ଯେଉଁଠି ମାଟି ପବନ ପାଣି ଓ ବାଣୀ ରେ ସଂସ୍କୃତିର ବାସ୍ନା ପରିଲିଖିତ ହୁଏ ଯାହାର ନିଜସ୍ୱ ସଂସ୍କୃତି ଅଛି ଯେଉଁଠି କୋଟି ଓଡ଼ିଆର ମୋଉଡ଼ ମଣି କୋଟି କୈବଲ୍ୟ ନାଥ ଜଗନ୍ନାଥ ପୂଜା ପାଆନ୍ତି ଯାହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଅଟେ ଯେଉଁ ମାଟିରେ କାଳଜୟୀ ମହାନ ଦେଶ ସେବକ ଜନ୍ମ ହୋଇଥିଲେ ଯେଉଁମାନେ ଆମ୍ଭକୁ ସ୍ବାଧୀନତାର ବଞ୍ଚିବା ଶିଖେଇଲେ, ଆଜି ଆମ୍ଭେ ସେହି ଉତ୍କଳ ମାର କୋଳରେ ଜନ୍ମ ହୋଇ ନିଜର ବ୍ୟକ୍ତିତ୍ୱକୁ ଜଳାଞ୍ଜଳି ଦେଉଛେ ! ଆଜିର ଶିଶୁଠାରୁ ଆବାଳ ବୃଦ୍ଧ ବନିତା ଅନ୍ୟର ସଭ୍ୟତାରେ ବଶବର୍ତ୍ତୀ ହୋଇ ନିଜର ଭାଷା ପ୍ରୀତିକୁ ପାସୋରି ଯିବା ପରିସ୍ଥିତି ଉପୁଜିଥିବା ମନେକର , ଇଂରେଜମାନେ ଚାଲିଗଲେ ହେଲେ ଇଂରାଜୀ ପଣିଆ ଛାଡି ଦେଇ ଗଲେ ବର୍ତ୍ତମାନ ସମୟରେ ପାଶ୍ଚାତ୍ୟ ସଭ୍ୟତାକୁ ଓଡ଼ିଆ ମଣିଷ ମାନେ ନିଜର ସଂସ୍କୃତି ବୋଲି ଆପଣାଇ ସାରିଲେଣି ଶିକ୍ଷା ଲିଭି ଲିଭି ଗଲା ଭଳି ଓଡ଼ିଆ ର ଜୀବନ ଚର୍ଜ୍ୟ ଲିଭି ଯାଉଅଛି ଓ ଏହା ଗୋଟିଏ ସରଳ ରେଖାରେ ଗତିଶୀଳ ହୋଇ ଆଜି ଓଡିଶା ମାଟିକୁ କୁଳୁଷିତ କରିସାରିଲାଣି ! ଶିକ୍ଷା ଜୀବନରେ ସଂସ୍କାର ଆଣେ ଓ ଜୀବନକୁ ଏକ ମୁଖ୍ୟ ସ୍ରୋତରେ ପହଞ୍ଚାଇ ଥାଏ ତେଣୁ ସମସ୍ତ କଥା କଥିତ ଭାଷା ଜ୍ଞାନକୁ ଆହାରଣ କରିବା ଆବଶ୍ୟକ କିନ୍ତୁ ଏହାପାଇଁ ନିଜର ଭାଷା ସାହିତ୍ୟ କୁ ମଳିନ କରିଦେବା ଉଚିତ ନୁହେଁ , ଏଠି ଡାଡି ମମିର ମୃତ ଶବ୍ଦ ଅପେକ୍ଷା ବାପା ମା ବା ବୋଉ ଡାକ ମନରେ ଏକ ପବିତ୍ର ଉର୍ଜା ପ୍ରଭାଇତ କରେ , ଉତ୍କଳ ମାଟିର କଳା କୌଶଳ ର ଏକ ଐତିହ ଅର୍କକ୍ଷେତ୍ର କୋଣାର୍କ ଅଟେ କୋଣାର୍କ ଏକ ସ୍ଥାନର ନାମ ହୋଇପାରେ ଏହା କୀର୍ତିର ନାମକୁ ପ୍ରଷ୍ପଗୁଟିତ କରେ, କୋଣାର୍କ କହିଲେ ବୁଝୁ ଉତ୍କଳ କଳାର ଅସ୍ପଷ୍ଟ ନମୁନା ଏକଥାବି ସତ୍ୟ କୋଣାର୍କ କହିଲେ ମନକୁ ଆସନ୍ତି ଲାଙ୍ଗୁଳା ନରସିଂହ ଦେବ, ଶିବେଇ ସାନ୍ତରା, ସାଧାରଣ ଓଡ଼ିଆ ସିବେଇଙ୍କୁ ତତଲା ଖିରି ଖୋଇଥିବା ବୃଦ୍ଧି, ବାରଶହ ବଢେଇ, ବିଶୁ ମହାରଣା, ଏକ ପୋଷା କୁକୁର,ମିଠା କୋଳି, ଓ ବାରବର୍ଷ ପୁଅ ଧରମା ର ତ୍ୟାଗ ପୁଅର ଦାୟ କି ଜାତିର ଦାୟ ! ସର୍ବପରି ଏ ବିଶ୍ୱର ଏକମାତ୍ର ନିୟନ୍ତ୍ରକ ସୂର୍ଯ୍ୟଦେବଙ୍କୁ ଶାକଦ୍ବୀପ ବ୍ରାହ୍ମଣଙ୍କ ଦ୍ଵାରା ଅଭୂତ କୌଶଳ ରେ ରଥାରୂଢ କରିବାର ଭକ୍ତିପୂତ ଶ୍ରଦ୍ଧାସହ ଏକ ଆଦମନୀୟ ଆସ୍ପଦ୍ଧା ଓଡ଼ିଆ ସାହିତ୍ୟ ଏକ ଓଡ଼ିଆ ଜାତିର ମୂର୍ତ୍ତି ହୋଇ ଆମ ଆଗରେ ବିରାଜମାନ ସାଧିତ କରେ ! ସ୍ୱର୍ଗତ ଗୋଦାବରୀ ମହାପାତ୍ର ଙ୍କ ଲେଖନୀ ମୁନରୁ ଝରିପଡିଥିବା କବିତା କୋଟି ଓଡ଼ିଆ ମନରେ ଏକ ବଳୟର ଧୂମ୍ର କେତୁ କହିଲେ ଅତୃପ୍ତି ହେବ ନାହିଁ ( ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁର ବାସୀ ,ଉଠୁ କଙ୍କାଳ ଛିଣ୍ଡୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି ଉଠ ଗତ ଗୌରବ ହୃଦ ଗୌରବ ମୃତ ଗୌରବ ରାଜି) ଏହା ଏକ ଅଲିଭା ବିଦାରକ କବିତା ଟିଏ କିନ୍ତୁ ଭାସର ମହାନ ଦ୍ୱାର ଦେଶରେ ସ୍ୱତନ୍ତ୍ର ଓଡ଼ିଆ ଭାଷା ସାହିତ୍ୟର ପରିଚୟ ପ୍ରଦାନ କରେ ! ମଣିଷର ପ୍ରଥମ ପାହାଚ ଥରେ ଅତିବାହିତ କରି ନିଜସ୍ୱ ପରିଚୟରେ କେବେ ନିଜ ମାତୃ ଭାଷାକୁ କୌଣସି ଚିତ୍ରାଳୟ କୁ ଯିବାର ପ୍ରତିରୋଧ କରି ଓଡ଼ିଆ ର ସମସ୍ତ ଗର୍ବ ଗାରିମା ରୀତି ନୀତି କୁ ଜଳାଞ୍ଜଳି ନଦେଇ ଏକ ପ୍ରସ୍ଫୁଟିତ ଫୁଲ ବଗିଚାର ରୂପ ଦେବା ଏକାନ୍ତ ଆବଶ୍ୟକ..!


ଲେଖକ ★ ଶ୍ରୀ ବିଶ୍ୱରଞ୍ଜନ ମହାପାତ୍ର (ସୁକିନ୍ଦା ,ଯାଜପୁର

Comments

  • No Comments
Log Out?

Are you sure you want to log out?