ବିଦାୟ ୨୦୧୯ Read Count : 30

Category : Articles

Sub Category : Self Help
କେମିତି ବିଦାୟ ଦେବି ହେ ତୁମକୁ
ଲଜ୍ଜା ସ୍ପର୍ଶ କରେ ମର୍ମେ
କିବା ସଫଳତା ହାସଲ କରିିଛି
ନିଜର କଠିିନ କର୍ମେ ।
ଆଗମନେ ତୁୁୁମ କେତେ ଆଶା ସତେ
ଅଙ୍କୁରିତ ହେଲା ମନେ 
ତୁମରି ବର୍ଷରେ ସଫଳ ହେବାକୁ
ଶପଥି ଥିଲି ମୁଁ ଦିନେ ।
ଅଳସୁଆ ଗୁଣ ମୋଠୁ ନ କାଢ଼ି
କଲ ହ୍ଵାଟସପେ ବଶ
କେବଳ ମିଳିଲା ନିନ୍ଦା ଅପମାନ
ଲାଞ୍ଛନା ଓ ପରିହାସ ।
ସମୟ ମିଳିନି ବନ୍ଧୁ ପରିବାର
ସହିତ ରହିବା ପାଇଁ
ଫେସବୁକ ଖୋଲି ଦେଇଛି ବିତେଇ
କେତେ ଦିନରାତି ମୁହିଁ ।
ବୟସ ବଢ଼ଇ ଆୟୁଷ ଛିଡ଼ଇ
ମନ୍ଦ କର୍ମେ ହୋଇ ବଶ
ବିଦ୍ୟା ତେଜି ଟିକଟକ୍ କରଇ
ଭବିଷ୍ୟତ ସର୍ବନାଶ ।
ତଥାପି ନ ଭାଙ୍ଗି କରି ମନଦୃଢ଼
ସ୍ଵାଗତ ଜଣାଏ ବିଂଶକୁ
ନୂଆ ଆଶା ଆଉ ନୂତନ ସଂକଳ୍ପେ
ଗଢ଼ିବି ପୁଣି ମୁଁ ନିଜକୁ ।
         ----*----


Comments

  • No Comments
Log Out?

Are you sure you want to log out?