ଗୁରୁଜୀ Read Count : 80

Category : Poems

Sub Category : N/A

ଗୁରୁଜୀ



ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)



ଦାନ ମଧ୍ୟେ ବିଦ୍ଯା ଦାନ

ଶ୍ରେଷ୍ଠ ମହୀତଳେ,

ମୂରୁଖ ମହାନ ସାଜେ

ଗୁରୁ କୃପା ବଳେ ।

ଜ୍ଞାନାଲୋକ ଦେଇ ଯିଏ

ନିଇତି ହସାଏ,

ସିଏ ପରା ମାତା - ପିତା

ଗୁରୁ ପରା ସିଏ ।

ଯୁଗେ ଯୁଗେ ଗୁରୁ ପୂଜା

ରହିଛି - ରହିବ •••

କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?



ଗୁରୁ ବାଣୀ ଗଙ୍ଗା ପରି

ଶାଶ୍ଵତ - ପବିତ୍ର,

ସୁନ୍ଦର - ସତ୍ଯ - ପ୍ରଶାନ୍ତି

ମଧୁର - ଅମୃତ ।

ଗୁରୁ ସେବା - ଭକ୍ତି - ପ୍ରେମେ

ମିଳେ ଦିବ୍ଯାସନ,

ଗୁରୁ ନିନ୍ଦା କରେ ଯେହୁ

ହୁଏ ଦୀନ - ହୀନ ।

ଗୁରୁ ହିଁ ଅମ୍ଳାନ, ଆତ୍ମା

କହୁଛି - କହିବ •••

କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?



କବି - ଶିଳ୍ପୀ - ସଂଗୀତଜ୍ଞ

ଯେତେ ନାମ ଧର,

କାହା ଯୋଗେ ସୁବିଖ୍ଯାତ

ପଚାର - ପଚାର ।

ଯାହା ସ୍ପର୍ଶେ ବଣମଲ୍ଲୀ

ମହକାଏ ବାସ,

ସେଇ ହିଁ ତ ଗୁରୁ, ଗୁରୁ

ବିନା ନାହିଁ ଯଶ ।

ଗୁରୁ ହିଁ ଈଶ୍ବର ମନ

ଗାଉଛି - ଗାଇବ •••

କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?



କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ-09668242720

Comments

  • Cabe Calvillo

    Cabe Calvillo

    what

    Jun 20, 2018

Log Out?

Are you sure you want to log out?