ହେ ମନ Read Count : 85

Category : Photo

Sub Category : N/A

ହେ ମନ



ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)



ଏ ମାୟା ସଂସାରୁ ମନ

ନେବୁ ତୁହି କିସରେ,

ଗର୍ବ ଅଭିମାନ କରି

ରଖିବୁ କି ଯଶରେ ?



ଯାହାକୁ ତୁ ଭାବିଅଛୁ

ଆପଣାର ବୋଲିରେ,

ପର କରି ଚାଲିଯିବ

ତତେ ସିଏ କାଲିରେ ।



ଛ' ଖଣ୍ଡ କାଠ ତୋ ପାଇଁ

ହେବ ଦିନେ ଲୋଡାରେ,

ଛୁଇଁବେନି ତତେ କେହି

ବୋଲୁଥିବେ ମଡାରେ ।



ଦୁର୍ଲଭ ଜୀବନ ଯେବେ

କରିଯା' ଧରମରେ,

ତୋ ସୁନ୍ଦର ଯଉବନ

ହେବ ଦିନେ ଲୀନରେ ।



ମଦ ମାଉଁସ ଆହାର

କରୁଛୁ ତୁ ଯେବେରେ,

ଆପଣାର ଦିବ୍ୟଜ୍ଞାନ

ନାଶିବୁ ତୁ ସେବେରେ ।



ପର ନାରୀ ସାଥେ ଯେବେ

ବଢେ ତୋର ରତିରେ,

ମିଳିବନି ତତେ କେବେ

ଦେବଲୋକ ଶାନ୍ତିରେ ।



ଦେଶ ସେବା କଲେ ନିଶ୍ଚେଁ

ରଖିଯିବୁ ଯଶରେ,

ଗାଉଥିବେ ଦେଶବାସୀ

ତୋ' ନାଆଁ ହରଷରେ ।



ପଶୁପକ୍ଷୀ ବଧ କରି

ପାପୀ ବୋଲାଇଲୁ ରେ,

ପର ନିନ୍ଦା ପାଞ୍ଚି ପାଞ୍ଚି

ନିଜକୁ ନାଶିଲୁ ରେ ।



ଧର୍ମ ସେବା କଲେ ସିନା

ଲଭିବୁ ଶ୍ରୀହରି ରେ,

ଏ ମୋହ ମାୟା ସଂସାରୁ

ହୋଇବୁ ତୁ ପାରିରେ ।



କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ-09668242720

Comments

  • beautiful poem

    Jun 17, 2018

Log Out?

Are you sure you want to log out?