ଦୁଇ ମହାତ୍ମା Read Count : 134

Category : Poems

Sub Category : N/A

ଦୁଇ ମହାତ୍ମା

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)



ସବୁଠୁଁ ସୁନ୍ଦର ତାଙ୍କରି ଚେହେରା

ସବୁଠୁଁ କୋମଳ ତାଙ୍କରି ବୋଲି,

ସବୁଠୁଁ ନିର୍ମଳ ତାଙ୍କରି ହୃଦୟ

ସବୁଠୁଁ ସରଳ ତାଙ୍କରି ଚାଲି ।



ସବୁଠୁଁ ଅଲଗା ତାଙ୍କରି ଜୀବନ

ସବୁଠୁଁ ଦୃଢ ତାଙ୍କରି ବିଶ୍ବାସ,

ସବୁଠୁଁ ଉନ୍ନତ ତାଙ୍କରି କରମ

ସବୁଠୁଁ ମଧୁର ତାଙ୍କ ଆଶିଷ ।



ସବୁଠୁଁ ବିରଳ ତାଙ୍କରି ସେନେହ

ସବୁଠୁଁ ବିପଦ ତାଙ୍କରି କୋପ,

ସବୁଠୁଁ ସୁଖଦ ତାଙ୍କ ହସ ମୁହଁ

ସବୁଠୁଁ ଦୁଃଖଦ ତାଙ୍କ ବିଲୋପ ।



ସବୁଠୁଁ ସହଜ ତାଙ୍କରି ଚଳଣି

ସବୁଠୁଁ ପବିତ୍ର ତାଙ୍କରି ଆତ୍ମା,

ସବୁଠୁଁ ପ୍ରିୟ ତାଙ୍କରି ଚଲାପଥ

ସବୁଠୁଁ ଶ୍ରେଷ୍ଠ ସେ ଦୁଇ ମହାତ୍ମା ।



କବି କୁଟୀର

ଦଣ୍ଡାସିଂହା,ବାରକୋଟ 

ଦେବଗଡ (ଓଡିଶା)

ମୋ- 09668242720

Comments

  • No Comments
Log Out?

Are you sure you want to log out?