ମୁଁ ଭଲ ପାଏ ଯାହାକୁ ସେ % Read Count : 313

Category : Poems

Sub Category : N/A

💗🍀💌🍂🍀💖

କବିତା ପୁସ୍ତକ - " ମୁଁ ଭଲପାଏ ଯାହାକୁ ସେ ଭଲପାଏ ଆଉ କାହାକୁ "

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ଏଇ ଜୀବନ ଦୀପ ଯେବେ ଲିଭିଯିବ,
ନା ମୁଁ ତୁମ ଭେଟ ପାଇବି
ନା ତୁମେ ମୋ ଭେଟ ପାଇବ । (ସ୍ଥାୟୀ)

ଅତୀତ ସମୟ କେବେ ଆଉ ଥରେ ଆସିଛି,
ମଉଳିଲା ଫୁଲ କେବେ ବାସଭରା ହୋଇଛି ।
ଯଉବନ ରୂପ ରଙ୍ଗ ଅଢେଇ ଦିନ,
ଜନମ ଲଭିଛ ଯେବେ ହେବ ମରଣ ।
ମରିଗଲା ପରେ ସବୁ ସମାପ୍ତ ଘଟିବ,
ସବୁ ସମୟ କହିବ ••• (ଅନ୍ତରା)

ମରିଗଲା ପରେ ଜୀବ କେବେ ବଞ୍ଚି ପାରିଛି,
ଝଡିଗଲା ପରେ ପତ୍ର କେବେ ଯୋଡି ହୋଇଛି ।
କହିଥିବା କଥା କେବେ ଫେରି ଆସିବ,
ଦୁଃଖ ସମୟରେ କୁହ କିଏ ହସିବ ।
ଦିନେ ନା ଦିନେ ଏ ରଙ୍ଗ ଫିକା ପଡିଯିବ,
ସବୁ ସମୟ କହିବ ••• (ଅନ୍ତରା)

ସ୍ମୃତିଭିଜା ପିଲାଦିନ କେବେ ଫେରି ଆସିଛି,
ପର ନିନ୍ଦା ପାଞ୍ଚି କିଏ କେତେ ଦିନ ବଞ୍ଚିଛି ।
ରାତି ପରେ ଦିନ ହୁଏ ଜାଣେ ଜଗତ,
ମିଛ କେବେ ହେବ କୁହ ନିଜ ରକତ ।
ଆଜିର ଭୋଗ ବିଳାସ କାଲି ନ ମିଳିବ,
ସବୁ ସମୟ କହିବ ••• (ଅନ୍ତରା)

କବି କୁଟୀର
ଦଣ୍ଡାସିଂହା,ବାରକୋଟ,
ଦେବଗଡ (ଓଡିଶା)
ମୋ-୯୬୬୮୨୪୨୭୨୦

Comments

  • Good

    Jun 15, 2018

Log Out?

Are you sure you want to log out?