ଛାତି ତଳର କଥା
Read Count : 113
Category : Poems
Sub Category : N/A
ଛାତି ତଳର କଥା
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
ସବୁଦିନେ ନାହିଁ ଗୋ ସତୀ
ଚାନ୍ଦିନୀ ରାତି
ଭାବ ପୀରତି
ସବୁଦିନେ ଯଦି ପୀରତି ଥାଆନ୍ତା
କୀରତି ପତାକା
ଉଡାଇ ଥାନ୍ତି ।
କେବେ ରହେ ନାହିଁ ଯୌବନ
ଧନ କି ଜନ
ଜୀବ ଜୀବନ
ସବୁଦିନେ ଯଦି ଜୀବନ ଥାଆନ୍ତା
ମଦନ ସାଥିରେ
ଘୁରି ଥାଆନ୍ତି ।
ସବୁବେଳେ ନାହିଁ ଗୋ ଆଶା
ଶୀତ ବରଷା
ମହୁଲି ନିଶା
ସବୁବେଳେ ଯଦି ବରଷା ହୁଅନ୍ତା
ଭରସା ନିଶ୍ଚିତ
ରଖି ଥାଆନ୍ତି ।
ସବୁଦିନେ ନାହିଁରେ ମନ
ବଇଁଶୀ ସ୍ବନ
କଳା ବଦନ
ସବୁଦିନେ ଯଦି ସ୍ବନ ଶୁଭୁଥାନ୍ତା
ରାଇ କହ୍ନେଇଙ୍କୁ
ଦେଖୁ ଥାଆନ୍ତି ।
ସବୁବେଳେ ହୁଏନି ବଳି
ଘରୋଇ କଳି
ବିରି ଚକୁଳି
ସବୁବେଳେ ଯଦି କଜିଆ ହୁଅନ୍ତା
ତିଷ୍ଟି ରହିଥାନ୍ତା
ପାପ ଅଶାନ୍ତି ।
କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ - ୦୯୬୬୮୨୪୨୭୨୦