ଯତି ବଚନ Read Count : 122

Category : Poems

Sub Category : N/A

|| ଯତି ବଚନ ||

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ଜଗତ ଉଦ୍ଧାର ପାଇଁ

ତପୀ ତପ କରୁଥାଇ

ଭୋଗୀ ଦୁଃଖ କଷ୍ଟ ଯେ',

ମହୀରେ ମହାନ ଜାଣ

ଯେ' ସେବଇ ପର ପ୍ରାଣ

ନର୍କୁ ଉଦ୍ଧରିବ ଯେ' ।  ।। ୩୭ ।।

ଟଙ୍କା ପାଇଁ ହିଁ ଚାକିରି

କରୁଥିବେ ନରନାରୀ

କହେ କଳିଯୁଗ ଯେ',

ଜନ୍ମ ମୃତ୍ୟୁ ଏକା ସତ୍ୟ

ସାଧୁ ଜନେ ଦ୍ଯନ୍ତି ମତ

ଲବିର ଜମାନା ଯେ' ।  ।। ୩୮ ।।

ପର ନିନ୍ଦା ଯେହୁ ଚିନ୍ତେ

ଦୁଃଖ କଷ୍ଟେ ପ୍ରାଣ ବିତେ

କହେ କଳି କାଳ ଯେ',

ପଙ୍କରୁ ପଙ୍କଜ ଜାତ

ପଙ୍କଜ ରଖେ ମହତ

ଜୀବେ ଜାଣି ଥାଅ ଯେ' ।  ।। ୩୯ ।।

ବାବାଜୀ ଭିକ୍ଷୁକଗଣ

କରି ହରଣ ମାରଣ

ନାମ ଅରଜିବେ ଯେ',

ନ ଥିବ ମଧୁ ବଚନ

ହିଂସା ପାପ ଗର୍ବେ ଜାଣ

ପୃଥ୍ବୀ ହେବ ଲୀନ ଯେ' ।  ।। ୪୦ ।।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍ - ୭୬୮୧୦୮

ମୋ-୯୬୬୮୨୪୨୭୨୦

Comments

  • Jun 12, 2018

Log Out?

Are you sure you want to log out?